ଅଗଷ୍ଟ ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ- କଲେଜ !

ଓଡ଼ିଶାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଅଗଷ୍ଟ ମାସରେ ସ୍କୁଲ, କଲେଜ ଏବଂ ସରକାରୀ ଅଫିସଗୁଡ଼ିକ ପ୍ରାୟ ୧୦ ଦିନ ଛୁଟି ରହୁଛି। ଅଗଷ୍ଟ ମାସ ରକ୍ଷାବନ୍ଧନ ସହିତ ଆରମ୍ଭ ହେଉଛି |ରାଖୀ ପୂର୍ଣ୍ଣିମା ପାଖାପାଖି ୱିକଏଣ୍ଡ ଛୁଟି ଏକାଠି ପଡୁଛି, ଯାହା ଯୋଗୁଁ ଲୋକମାନେ ଲଗାତାର ତିନି ଦିନ ଛୁଟି ପାଇବେ।୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଓ ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ |ରବିବାର ଥିବାରୁ ସ୍କୁଲ କଲେଜରେ ପାଠ ପଢା ବନ୍ଦ ରହିବ । କାର୍ଯ୍ୟାଳୟରେ ମଧ୍ୟ କାମ ହେବ ନାହିଁ ।୨୭ ଅଗଷ୍ଟ ଗଣେଶ ଚତୁର୍ଥୀ ଯୋଗୁଁ ସ୍କୁଲ ମାନଙ୍କରେ ପୂଜା ପରେ ଛୁଟି । ଗଣେଶ ପୂଜା ପର ଦିନ ନୂଆଁଖାଇ ପଡୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଦିନ ଛୁଟି ପଡିବ । ସରକାରୀ ଛୁଟି ବ୍ୟତୀତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଅଗଷ୍ଟରେ ମୋଟ ୧୨ ଦିନ ଛୁଟି ଅଛି ।

ଅଧିକ ପଢନ୍ତୁ