ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା

ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା । ଏଫଏମ କଲେଜରୁ ଭୋଗରାଇ ପଯ୍ୟନ୍ତ ପଦଯାତ୍ରା କରିବ । ନାରୀ ନ୍ୟାୟ ପାଇଁ କଂଗ୍ରେସ କରିବ ପଦଯାତ୍ରା ।ବଳଙ୍ଗାରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ । ନିମାପଡାରେ ସାଧାରଣ ସଭା ଅନୁଷ୍ଠିତ ହେବ ।

ପୀଡ଼ିତାଙ୍କ ମୃତୁ ପରେ ବି ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୀଡିତା ଯେତେ ବେଳେ ହପ୍ସିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ । କେଉଁ ପରିସ୍ଥିତିରେ ତାଙ୍କର ମୃତୁ ହେଲା । ଏବେ ପ୍ରଶ୍ନ ଆସୁଛି ତାଙ୍କୁ କାହିଁକି ଦିଲ୍ଲୀ ଏମ୍ସକୁ ସିଫ୍ଟ କରାଗଲା ବୁଝାପାଡିଲା ନାହିଁ । ବିଜେପି ନେତା କହିଲେ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ହେଉଛି । ତେବେ ତାଙ୍କର ମୃତ୍ୟୁ କେମିତି ହେଲା । ପୀଡ଼ିତାଙ୍କ ଷ୍ଟେଟମେଣ୍ଟ ମଧ୍ୟ ୩ ଥରରୁ ଅଧିକ ସମୟ ରେକର୍ଡ ହୋଇଛି । ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି । ଅନ୍ୟପଟେ, ବଳଙ୍ଗା ଘଟଣାରେ ପୁରୀ ବନ୍ଦ ଡାକରା ଦେଲା ବିଜେଡି । ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଇଛି ଦଳ । ପୀଡିତାଙ୍କୁ ନ୍ୟାୟ ନମିଳିବା ପଯ୍ୟନ୍ତ ଆନ୍ଦୋଳନ ହେବ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ଦଳ ।

ଅଧିକ ପଢନ୍ତୁ

Odisha Darpan Digital