ନ୍ୟାଶନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (ଏନବିଇ) ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବାନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି ।ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏବେ ଏହା ଅଗଷ୍ଟ ୩ ରେ ହେବ ।ସୁପ୍ରିମକୋର୍ଟ ଏହି ନୂଆ ତାରିଖକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପରୀକ୍ଷା ୧୫ ଜୁନ୍ ୨୦୨୫ରେ ୨ଟି ସିଫ୍ଟରେ ଆୟୋଜିତ ହେବାର ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨ଟି ସିଫ୍ଟରେ ପରୀକ୍ଷା ହେଲେ ପ୍ରଶ୍ନପତ୍ର ସ୍ତରରେ ଭିନ୍ନତା ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଏନବିଇଏମଏସ୍ ପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ଗୋଟେ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର, ନିରାପଦ ବ୍ୟବସ୍ଥା ଏବଂ ଲଜିଷ୍ଟିକାଲ ପ୍ରସ୍ତୁତି ପାଇଁ ଅଗଷ୍ଟ ୩ ପୂର୍ବରୁ ସମ୍ଭବ ନୁହେଁ । କୋର୍ଟ ଏହି ଯୁକ୍ତିକୁ ସ୍ୱୀକାର କରି ନୂଆ ତାରିଖକୁ ଅନୁମୋଦନ କରିଛନ୍ତି ଏବଂ ଆଉ ବିଳମ୍ବକୁ ଅନୁମତି ଦିଆଯିବ ନାହିଁ ବୋଲି ସତର୍କ କରିଛନ୍ତି ।