ଏଣିକି ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ ‘ଶକ୍ତିଶ୍ରୀ’ ସଂଯୋଜିକା। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି। ବାଲେଶ୍ୱର ଏଫଏମ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାର ପକ୍ଷରୁ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି|ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସହ ଘଟି ଚାଲିଥିବା ଅଘଟଣକୁ ଏଡ଼ାଇବା ପାଇଁ ଗତ ଜୁଲାଇ ମାସ ୧୯ ତାରିଖରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ ରାଜ୍ୟ ସରକାର। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଗତ ଦିନରେ ଶିକ୍ଷାନୁଷ୍ଠାନରେ ଘଟୁଥିବା ଅଘଟଣକୁ ଆଖି ଆଗରେ ରଖି ୧୬ ବିଶ୍ୱବିଦ୍ୟାଳୟ ଓ ୭୩୦ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’।ଅଗଷ୍ଟ ୪ ସୁଦ୍ଧା ‘ଶକ୍ତିଶ୍ରୀ’ ସଂଯୋଜିକା ମନୋନୀତ କରି ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
