ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ

ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । INS ଚିଲିକାର ଟ୍ରେନିଂ କରେସପଣ୍ଡେଣ୍ଟ ଗତ ୧୯ ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ସେହି ଏତଲା ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବା ବେଳେ ଏଥିରେ ନାଭି ଅଧିକାରୀ ମାନଙ୍କ ସମ୍ପୃକ୍ତି ମିଳିଥିଲା । ପରେ ଏମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀ ଏବଂ ଆଇଏନଏସ ଚିଲକାରେ କାର୍ଯ୍ୟରତ ଅଛନ୍ତି। ବାଲୁଗାଁ ଥାନାରେ ଏପ୍ରିଲ ୧୯ରେ ଏକ ଏଫଆଇଆର ପଞ୍ଜୀକୃତ ହେବା ପରେ ଏହି ଗିରଫଦାରୀ କରାଯାଇଛି।ଏମାନଙ୍କ ଠାରୁ ୪ଟି ମୋବାଇଲ ଜବତ ହେବା ସହିତ ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଛି । ଆଉ ଜଣକୁ ଗିରଫ କରିବାକୁ ଅଣ୍ଡାମାନ ନିକୋବରରେ ଥିବା INS କେଶରୀ ଯିବ ଖୋର୍ଦ୍ଧା ପୋଲସ ବୋଲି ଖୋର୍ଦ୍ଧା ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital