ଅଘୋଷିତ ବିଦ୍ୟୁତ କାଟ୍ ଏକ ଦଣ୍ଡନୀୟ ଅପରାଧ -ମୁଖ୍ୟମନ୍ତ୍ରୀ

ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ଗୁରୁବାର ବାଲିଅନ୍ତା ଠାରେ ବିଦ୍ୟୁତ ସବ୍ ଷ୍ଟେସନ ଲୋକାର୍ପଣ ଅବସରରେ ଖରାଦିନେ ପାଓ୍ବାର କଟ୍ ହେବନି ବୋଲି ନିଶ୍ଚିତ କରିଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ୍ ଏକ ଦଣ୍ଡନୀୟ ଅପରାଧ । ଯେଉଁ ଅଧିକାରୀ ବିଦ୍ୟୁତ କାଟ୍ କରିବେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ।ସୁଚନାମୁତାବକ ଆଜି ଭୁବନେଶ୍ଵର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଏକ ଐତିହାସିକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବାଲିଅନ୍ତା ସତ୍ୟନଗର ଏବଂ ଏସ୍‌ସିବି ମେଡ଼ିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍‌ (Gas Insulated Substation) ଗ୍ରୀଡ ସବଷ୍ଟେସନ ଗୁଡ଼ିକର ଉଦଘାଟନ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ବରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖ୍ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି ନୂତନ ଜିଆଇଏସ୍‌ ଗ୍ରୀଡ୍ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନଗୁଡ଼ିକ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣ‌ସ୍ତରୀୟ ଏବଂ” ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ। ଏହା ଫଳରେ ଶିଳ୍ପ, ବ୍ୟବସାୟ, ଆଇଟି ବିକାଶ ତ୍ବରାନ୍ବିତ ହେବ । ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ବାଲିଅନ୍ତା, ସତ୍ୟନଗର , ନୟାପଲ୍ଲୀ ଏବଂ ଏସସିବି ମେଡିକାଲରେ ନିର୍ମିତ ଏହି ଗୁରୁତ୍ଵପୂର୍ଣ୍ଣ ଗ୍ରୀଡ୍ ସବଷ୍ଟେସନ ଗୁଡ଼ିକ ସ୍ଥାପିତ ହୋଇଛି। ଯାହା ଭୁବନେଶ୍ବର ସହରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସୁଦୃଢ କରିବ। ଏହା ଫଳରେ ରାଜଧାନୀ ଓ ପାଶ୍ଵବର୍ତ୍ତୀ ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ନିରବଚ୍ଛିନ୍ନ ଓ ଗୁଣସ୍ତରୀୟ ବିଦ୍ୟୁତ୍ ସେବାରୁ ଲାଭାନ୍ବିତ ହେବେ।

ଅଧିକ ପଢନ୍ତୁ