ଅଜଣା ରୋଗରେ ୨ ଶହରୁ ଉର୍ଦ୍ଧ ପରିବାର ଆକ୍ରାନ୍ତ

ମାଲକାନଗିରି ଜିଲା ପଡ଼ିଆ ବ୍ଲକ ଖ୍ରୀଷ୍ଟିଆନ ସାହିରେ ଅଜଣା ରୋଗରେ ୨ଶହ ପରିବାର ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ପ୍ରଥମେ ଗୋଡ଼ହାତ ଫୁଲିଯାଇ ଜ୍ୱର ଓ ପରେ ହାତ ଆଙ୍ଗୁଠି ଏବଂ ଗୋଡ଼ ହାତ ଗଣ୍ଠିଗୁଡିକ ଯନ୍ତ୍ରଣା ହେଉଛି। ଏଥିରେ ବୟସ୍କ ବ୍ୟକ୍ତିମାନେ ଚାଲିପାରୁ ନ ଥିବା ଦେଖିବାକୁ ମିଳିଛି। ଏକ ମାସରେ ୨୦୦ ପରିବାରର ୫୦୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଆଣ୍ଠୁ-ଗଣ୍ଠି ଫୁଲିଯାଇ କୁଣ୍ଡେଇ ହେବା ସହ ମୁହଁ କଳା ହୋଇଯାଉଛି । ଜ୍ବର ବେଶୀ ଦିନ ଲାଗି ରହିଲେ ନିଜେ ଉଠି ଚାଲିବା ବି କଷ୍ଟକର ହୋଇପଡୁଛି । ପଡିଆ ମେଡିକାଲରେ ଚିକିତ୍ସା ପରେ ବି କମୁନି ଆଣ୍ଠୁଗଣ୍ଠିର ଯନ୍ତ୍ରଣା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ରକ୍ତ ନମୁନା ପରୀକ୍ଷା ପରେ ମଧ୍ୟ କିଛି ବି ରିପୋର୍ଟରେ ଆସୁନାହିଁ । ସମସ୍ତ ଟେଷ୍ଟର ରିପୋର୍ଟ ନେଗେଟିଭ ଆସୁଛି କିନ୍ତୁ ମେଡିକାଲରୁ ଚିକିତ୍ସା ପରେ ବି ପିଛା ଛାଡ଼ୁନି ଅଜଣା ରୋଗ । ଦିନକୁ ଦିନ ଅଜଣା ରୋଗ ବ୍ୟାପି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଅଧିକ ପଢନ୍ତୁ

kc ads