ଅଟଳ ସେତୁ : ପିଏମ୍‌ ମୋଦୀ କଲେ ଉଦ୍‌ଘାଟନ

ଲୋକାର୍ପିତ ହେଲା ଭାରତର ସବୁଠୁ ଲମ୍ବା ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ସେତୁର ଉଦ୍‌ଘାଟନ କରିଛନ୍ତି। ଏହି ସେତୁ କେବଳ ଭାରତର ସବୁଠୁ ଲମ୍ବା ସେତୁ ନୁହେଁ ବରଂ ଏହା ସବୁଠୁ ଲମ୍ବା ସାମୁଦ୍ରିକ ସେତୁ ମଧ୍ୟ । ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ମୁମ୍ବଇକୁ ନଭି ମୁମ୍ବଇ ସହ ଯୋଡ଼ିବ। ଏହି ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି।ମୁମ୍ବାଇରୁ ପୁନେ, ଗୋଆ ଏବଂ ଦକ୍ଷିଣ ଭାରତର ଯାତ୍ରା ସମୟ ମଧ୍ୟ କମ୍ ହେବ। ଆହୁରି ମଧ୍ୟ ମୁମ୍ବାଇ ବନ୍ଦର ଏବଂ ଜବାହାରଲାଲ ନେହରୁ ବନ୍ଦର ମଧ୍ୟ ଯୋଗାଯୋଗରେ ସୁଧାର ହେବ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନାସିକରେ ଏକ ରୋଡ ଶୋ ଆୟୋଜନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ତାଙ୍କ ସହ ଥିବା ଦେଖିବାକୁ ମିଳିଥିଲା ଏହି ସେତୁରେ ୪୦୦ ସିସିଟିଭି କ୍ୟାମେରା ଲାଗିଛି । ପ୍ରତିଦିନ ଏହା ଉପରେ ୭୦ ହଜାର ଗାଡ଼ି ଚଳାଚଳ କରିବ ।

ଅଧିକ ପଢନ୍ତୁ