ବାଣୀବିହାର ହଷ୍ଟେଲ ହେବ ଅଣଛାତ୍ର ମୁକ୍ତ। ହଷ୍ଟେଲ ଖାଲି କରିବ କମିଶନରେଟ ପୋଲିସ। ହଷ୍ଟେଲ ଖାଲି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବାଣୀବିହାର କ୍ୟାମ୍ପସରେ ଚାପା ଉତ୍ତେଜନା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ । ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରିଛି । ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ପୁଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ରେଡ୍ରେ ସାମିଲ ରହିବେ । ଆଜି ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନ୍ସିଲ୍ । ଅଣଛାତ୍ରଙ୍କୁ ବାହାର କରିବାକୁ ୟୁନିଭର୍ସିଟି କ୍ୟାମ୍ପସ୍ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରତି ହଷ୍ଟେଲ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅପରେସନ ପାଇଁ ବିଶେଷ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।
