ଅଣସେବକ ରଥରେ ଚଢିଲେ ମୋକଦ୍ଦମା

ପୁରୀରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କହିଛନ୍ତି ,ନିର୍ଧାରିତ ସମୟ ଅନୁସାରେ ରଥଟଣା ଉପରେ ମୋହର ଲାଗିଛି । କୌଣସି ସେବକ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ରଥ ଟଣାବେଳେ ଅଣ ସେବକ ରଥ ଉପରକୁ ଯାଇପାରିବେ ନାହିଁ । ଏପରିକି ସେବକଙ୍କ ସହାୟକ ମଧ୍ୟ ବସି ପାରିବେ ନାହିଁ । ଯଦି ଅଣସେବକ ଚଢିବେ ତାହାହେଲେ ମୋକଦ୍ଦମା କରାଯିବ । ସୂଚନାମୁତାବକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ ହୋଇଛି । ମୁଖ୍ୟ ପ୍ରଶାସକଙ୍କ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ଏହି ବୈଠକରେ ଜିଲ୍ଲାପାଳ, ଦଇତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସହିତ ଚାରି ବାଡ଼ଗ୍ରାହୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ଘୋଷଯାତ୍ରା ସମ୍ପାଦନା ନେଇ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ

kc ads