ଅତିଥି ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ

ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବାର୍ଡ ମ୍ୟୁଜିୟମ ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ସେ ନେଇ ବିଚାର କରୁଛି ବିଭାଗ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି। ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡ଼ର । ଚିଲିକା ବିହଙ୍ଗ ମହୋତ୍ସବ ପାଇଁ ଜଙ୍ଗଲ ଓ ପର୍ୟ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରବାସୀଙ୍କ ଦ୍ୱାରା ସାରା ବିଶ୍ୱରେ ଚିଲିକାର ପ୍ରଚାର ପାଇଁ ଯୋଜନା କରିଛନ୍ତି ସରକାର । ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ ଏହି ତିନି ମାସ ଭିତରେ ଲକ୍ଷ ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି । ଚିଲିକା ଓ ଏହା ସହ ଜଡ଼ିତ ପକ୍ଷୀ, ଡ଼ଲଫିନ ଏବଂ ପର୍ୟ୍ୟଟନର ପ୍ରଚାର କରିବା ପାଇଁ ଏହି ଏହି ଉତ୍ସବ ପାଳନ କରାଯାଉଛି ।

ଅଧିକ ପଢନ୍ତୁ

Odisha Darpan Digital