ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବର୍ଷିଲା ବିଜେଡି

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ଦୃଢ ନିନ୍ଦା କରିଛି ବିଜୁ ଜନତା ଦଳ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି।ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେଡି। ମାମଲାରେ ଆହୁରି ଅନେକ ଦୋଷୀ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯିଏ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିଜେ ସ୍ୱୀକାର କରିଛନ୍ତି ଯେ ଦୁର୍ବୃତ୍ତମାନେ ତାଙ୍କ ଲୋକ। ଏଥିଲାଗି ପୋଲିସ ତାଙ୍କୁ ତୁରନ୍ତ ଗିରଫ କରୁ। ସରକାରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚିଛି। ଜଗନ୍ନାଥ ପ୍ରଧାନ ସ୍ୱୀକାର କରିବାପରେ ମଧ୍ୟ ପୁଲିସ କାହିଁକି ଗିରଫ କରୁନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅଶୋକ ପଣ୍ଡା। ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ। ଏହା ଲୋକଙ୍କ ସରକାର ନୁହେଁ, ଲୋକଙ୍କ ବିରୋଧୀ ସରକାର।ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ତଦନ୍ତ କରନ୍ତୁ। ଭୁବନେଶ୍ଵରରେ ଆଇନ୍ କାନୁନ୍ ନାହିଁ। ଜାତୀୟ ଗଣମାଧ୍ୟମରେବି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

ଅଧିକ ପଢନ୍ତୁ

kc ads