ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ସରାପାଲି ଗ୍ରାମପଞ୍ଚାୟତ ନିକଟରେ ଥିବା ହିତମ ଓ ଡେରାପଥର ଗ୍ରାମ ପାହାଡ଼ ଅଞ୍ଚଳରେ ବୁଲୁଛି ହେଲିକପ୍ଟର । ଆକାଶ ମାର୍ଗରେ ଆଜି ଅପରାହ୍ନରେ ଏକ ହେଲିକପ୍ଟର ବୁଲୁଥିବା ଦେଖିବାକୁ ମିଳିଛି । ଏଥିରେ ମାଗ୍ନଟିକ ମିଟର ଲାଗିଥିବା ଲାଗିଛି ।ଗତକାଲିଠାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ହେଲିକେପ୍ଟର ବୁଲୁଥିବା ଦେଖାଯାଉଛି। ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।ଏହା ଖଣିଜ ପଦାର୍ଥ ସର୍ଭେ ହେଉଥିବା ନେଇ ଅନୁମାନ କରାଯାଉଛି । ଏହି ସର୍ଭେକୁ ନେଇ ରେଢାଖୋଲ ପ୍ରଶାସନ ପାଖରେ କୌଣସି ସୂଚନା ନଥିବା କହିଛନ୍ତି ରେଢାଖୋଲ ଉପଜିଲ୍ଲାପାଳ ରଶ୍ମି ରଂଜନ ମହନ୍ତ ।