ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ସମର୍ଥନ ଜଣାଇଲେ ଆଇନ ମନ୍ତ୍ରୀ

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଜପତି ମହାରାଜା ଯାହା କହିଛନ୍ତି ଆମେ ସମର୍ଥନ ଜଣାଉଛୁ। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିଚନ୍ଦନ କହିଛନ୍ତି । ଜଗନ୍ନାଥ ସଂସ୍କୃତିକୁ ବିକୃତ, ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ପ୍ରଥମେ ଆଲୋଚନା କରିବୁ , ସହମତି ନ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମାତ୍ର ବିଶ୍ଵର ଭିନ୍ନ ଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଜଗନ୍ନାଥ ପ୍ରେମୀଙ୍କୁ ବାଧୁଛି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

ଏଣେ ମେଘନାଦ ପାଚେରୀକୁ ନେଇ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ପାଚେରୀରେ ଥିବା ଫାଟ ଅନେକ ଦିନର। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଏଭିକ୍ସନ ସମୟରେ ଏହି ଫାଟ ହୋଇଛି। ଏ ନେଇ ଏଏସଆଇ କୁ ଚିଠି ଲେଖା ହୋଇଥିଲା । ତେବେ ସେ ଫାଟର ଗୋଟିଏ ପର୍ମାନେଟ୍ ମରାମତି ପାଇଁ ଏଏସଆଇ ପ୍ରକ୍ରିୟା ଆରମ୍ଭ କରିଛି। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫାଟଗୁଡ଼ିକର ପରମାନେଟ ରିପାଇରିଂ କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନରୁ ଯେଉଁଠି ପାଣି ଗଳୁଚି ତାକୁ ନେଇ ମଧ୍ୟ ଗୋଟିଏ ଯୋଜନା ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ସେ ସବୁର କାମ ଖୁବ୍ ଶୀଘ୍ର ଶେଷ ହେବ।

ଅଧିକ ପଢନ୍ତୁ