ଅଧରାତିରେ ପାକିସ୍ତାନୀ ଡଙ୍ଗାକୁ ଘେରି ୯ ପାକିସ୍ତାନୀଙ୍କୁ କାବୁ କଲା ଭାରତୀୟ ତଟରକ୍ଷୀ ବାହିନୀ

ପାକିସ୍ତାନୀ ଡଙ୍ଗାକୁ ଘେରିଲା ଭାରତ ।  ଅଧରାତିରେ ପାକିସ୍ତାନୀ ମାଛଧରା ବୋଟ ଜବତ କଲା ଭାରତୀୟ ତଟରକ୍ଷୀ ବାହିନୀ -ICG ।  ବୋଟରେ ଥିବା ୯ ପାକିସ୍ତାନୀଙ୍କୁ କାବୁ କରି ଏକ ସଫଳ ଅପରେସନ କରିଛି ତଟରକ୍ଷୀ ବାହିନୀ । ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ପଇଁତରା ମାରୁଥିଲା ତଟରକ୍ଷୀ ବାହିନୀ ।  ଏହି ସମୟରେ ଭାରତୀୟ ସୀମା ଅତିକ୍ରମ କରିଥିବା ‘ଅଲ୍-ମଦ୍ଦୀନା’ ନାମକ ଏକ ପାକିସ୍ତାନୀ ମାଛଧରା ବୋଟକୁ ରହିବା ପାଇଁ ସତର୍କ ନିର୍ଦ୍ଦେଶ ଦେଇଥିଲା ICG ।  କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କରି ପାକିସ୍ତାନ ଆଡ଼କୁ ତୀବ୍ର ବେଗରେ ମାଡ଼ି ଚାଲିଥିଲା ପାକିସ୍ତାନୀ ବୋଟ୍ ।  କୌଶଳକ୍ରମେ ସମସ୍ତଙ୍କୁ କାବୁ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ ।  ସମସ୍ତଙ୍କୁ ବୋଟ ମଧ୍ୟରେ ଯାଞ୍ଚ କରି ନିଜ ହେପାଜତକୁ ନେଇଥିଲା ଭାରତୀୟ ତଟରକ୍ଷୀ ବାହିନୀ ।

ଅଧିକ ପଢନ୍ତୁ