ଭଦ୍ରକ ସହରର ବାଇପାସ୍ ଛକ ନିକଟସ୍ଥ ଏକ ଔଷଧ ଦୋକାନରୁ ମଦ ଜବତ ହୋଇଛି। ଭଗବାନ ଗଣେଶଙ୍କ ନାମରେ ନାମିତ ଔଷଧ ଦୋକାନରୁ ମଦ ବାହାରୁଛି, ଯାହା ବୁଦ୍ଧିଜୀବୀଙ୍କୁ ହତବାକ୍ କରିଛି। ସୂଚନା ମୁତାବକ ଉକ୍ତ ଦୋକାନର ଲାଇସେନ୍ସ ଅବଧି ସରିଯାଇଥିଲା । ଡାଟା ବେସ୍ ଯାଞ୍ଚ କରିବା ପରେ ଡ୍ରଗ୍ସ ଇନ୍ସପେକ୍ଟର ଜାଣିଥିଲେ। ସେଥିପାଇଁ ଦୋକାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଦୋକାନରୁ ମଦ ବୋତଲ ବାହାରିଥିଲା । ଡ୍ରଗ୍ସ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଟାଉନ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଦୋକାନୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।କେଉଁଠୁ ଚୋରାରେ ମଦ ଆଣୁଥିଲେ। ଏସବୁ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ଭଦ୍ରକର ଏହି ଘଟଣା ଚର୍ଚ୍ଚାକୁ ଆସିଥିବା ବେକେ ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯିବ ବୋଲି ଜଣାପଡିଛି। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଔଷଧ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରାଯିବାର ଆବଶ୍ୟକତା ରହିଛି। ଜିଲ୍ଲାରେ ଅନେକ ଔଷଧ ଦୋକାନ ବେଆଇନ ଭାବରେ ବିନା ଲାଇସେନ୍ସରେ ଚାଲିଛି।
