ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଳସମ୍ପଦ ବିଭାଗର ବାଲେଶ୍ଵର ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାଲେଶ୍ଵର ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଜଳେଶ୍ଵର ବଡ଼ବଜାର ସ୍ଥିତ ବାସଭବନରେ ଭିଜିଲାନ୍ସର ୯ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ତେବେ ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନାରୁ ପ୍ରକାଶ।ଯନ୍ତ୍ରୀ ଜଣକ ଆଖି ଖୋସି ହୋଇଯିବା ପରେ ସମ୍ପତ୍ତି ଠୁଳ କରିଛନ୍ତି। ଓଡ଼ିଶା ସାଙ୍ଗକୁ ପଶ୍ଚିମବଙ୍ଗରେ ବି ତାଙ୍କର ପ୍ଲଟ୍‌ ରହିଛି। କେବଳ ଗୋଟିଏ ଦୁଇଟି ପ୍ଲଟ୍‌ ନୁହେଁ ମାଳମାଳ ଫ୍ଲାଟ ଓ ଘର ରହିଛି। ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ଵର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ।

ଦୁଇ ଦିନ ତଳେ ସରକାର ତାଙ୍କୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି। କେନ୍ଦୁଝରରେ ସେ ଯୋଗଦେବାକୁ ଥିବାବେଳେ ତାଙ୍କ ଉପରେ ଏହି ଚଢ଼ଉ ସାଧାରଣରେ ଆଲୋଚନାର ବିଷୟ ହୋଇଛି।ଚଢ଼ାଉ ହୋଇଥିବା ଏହି ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତା’ ସାଙ୍ଗକୁ ତାଙ୍କ ଘରୁ ସୁନା, ଅଳଙ୍କାର ଓ ନଗଦ ଟଙ୍କା ବି ବାହାରିଛି। ବର୍ତ୍ତମାନ ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ମୋଟ ଆକଳନ ହୋଇନାହିଁ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital