ଜୁନ୍ ୨୭ ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ୍ ରୁମ୍ ଚାହିଦା ବୃଦ୍ଧି ପାଉଥିବାବେଳେ କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଜନସାଧାରଣଙ୍କୁ ଅନଲାଇନ୍ ବୁକିଂ ଠକେଇ ନେଇ ସତର୍କତା ଜାରି କରିଛି।ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର, ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ଟିମ୍ ପୂର୍ବରୁ ନକଲି ହୋଟେଲ୍ ବୁକିଂ ୱେବସାଇଟ୍ ସମ୍ପର୍କରେ ୩୧୭ଟି ଅଭିଯୋଗ ପାଇସାରିଛି ଏବଂ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ତେବେ କେବଳ MakeMyTrip, Goibibo, Booking.com ଆଦି ସ୍ଵୀକୃତିପ୍ରାପ୍ତ ପ୍ଲାଟଫର୍ମ କିମ୍ବା ସରକାରୀ ପର୍ଯ୍ୟଟନ ୱେବସାଇଟ୍ ମାଧ୍ୟମରେ ହୋଟେଲ ବୁକ୍ କରିବାକୁ ପରାମର୍ଶ ଦିଆଯାଇଛି।
ଏହି ନକଲି ୱେବସାଇଟ୍ ଗୁଡ଼ିକର ଉଦାହରଣ ତାଲିକା ତଳେ ଦିଆଯାଇଛି।
Sl. No. Fake Website URLs
1 https://www.hoteldeepganga.com/
2 https://www.mayfairheritagepuri.org/
3 https://www.hoteltamilnadu.com/
4 https://otdcpanthanivaspuri.in
5 https://www.hotelspuri.net
6 https://hotel-panthanivas-puri-otdc.hotelsgds.com
7 https://www.hotelpathanivaspuri.site
8 https://otdcpanthanivaspuri.co.in
9 www.otdcpanthanivas.in
10 https://panthanivaspuri.co.in
11 http://thehanscocopalms.in
ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ କରନ୍ତୁ ନାହିଁ। ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରନ୍ତୁ।ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ।ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ କରନ୍ତୁ ନାହିଁ।ବୁକିଂ ବେଳେ ଆପଣ ଠକାମିର ଶିକାର ହୋଇଛନ୍ତି ଜାଣିଲେ ତୁରନ୍ତ୧୯୩୦ରେ ରିପୋର୍ଟ କରନ୍ତୁ।