ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ ।

୨୨ ବର୍ଷୀୟ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ଅନଲାଇନ୍ ଗେମ୍‌ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା।

ଶେଷରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡିସିପି କହିଛନ୍ତି ଯେ ଏହା ମଧ୍ୟ ଯୁବ ପିଢ଼ି ଓ ତାଙ୍କ ଅଭିଭାବକଙ୍କୁ କହିଛନ୍ତି ଯେ ଏଥିରୁ ବିରତ ରୁହନ୍ତୁ । ଏଥିରେ ଅର୍ଥ ନଷ୍ଟ ସହ ଜୀବନ ପ୍ରତି ବିପଦ ରହିଛି । ଅଧିକାଂଶ ଗେମ୍ ରେ ବିପଦ ରହିଛି । ପରିବାର ଲୋକେ ମଧ୍ୟ ପିଲାମାନେ କଣ କରୁଛନ୍ତି ତା ଉପରେ ଦୃଷ୍ଟି ଦେବା ଆବଶ୍ୟକ।

ଅଧିକ ପଢନ୍ତୁ

Odisha Darpan Digital