ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ମନ୍ଦିର ବାହାରେ ଭୋଗ କରି ଫେରିବା ପାଇଁ ଭକ୍ତଙ୍କୁ କୁହାଯାଇଛି। ଏବେ ରାଜ୍ୟରେ କିଛି ଦିନ ହେବ ବହୁତ ବର୍ଷା ଲାଗି ରହିଛି। ଯାହା ଫଳରେ ପଞ୍ଚ ଲିଙ୍ଗେଶ୍ୱରରେ ଝରଣା ପାଣିର ସ୍ରୋତ ବହୁ ପ୍ରଖର ରହିଛି। ଫଳରେ ଭକ୍ତଟିଏ ଯାଇ ଲିଙ୍ଗକୁ ଛୁଇଁ ଆସିବା ବିପଦ ପୂର୍ଣ୍ଣ। ଏଥିପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି। ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତଭମାନେ ବାବାଙ୍କୁ ଦର୍ଶନ କରିନପାରିବାରୁ ନିରାଶ ହୋଇ ଫେରିଛନ୍ତି।