ପୁରୁଷ ପରିବାରର ମେରୁଦଣ୍ଡ । ଘରର ଦାୟିତ୍ବ ନେବା ସହ ପରିବାରର ସାହାରା ହୋଇଥାନ୍ତି । ଧୈର୍ଯ୍ୟବାନ ହୋଇଥାନ୍ତି । ପରିବାରର ଖୁସି ପାଇଁ ସେମାନେ ବଳିଦାନ ଦେଇଥାନ୍ତି । କେବେ ଜଣେ ବାପା ଭାଇ ,ସ୍ବାମୀ ତ ପୁଣି କେବେ ଜଣେ ଭଲ ବନ୍ଧୁ ହୋଇଥାନ୍ତି । ଦୁଃଖ କଷ୍ଟ ସହି ନିଜର ଦାୟିତ୍ବ ତୁଲାଇଥାନ୍ତି ପୁରୁଷ। ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ନଭେମ୍ବର ୧୯କୁ ପାଳନ କରାଯାଉଛି। ମହିଳା ଦିବସ ଅର୍ଥାତ୍ ୮ମାର୍ଚ୍ଚ ସମ୍ପର୍କରେ ସମସ୍ତେ ବେଶ୍ ଭଲ ଭାବେ ଅବଗତ ଥିବାବେଳେ ଅନ୍ତର୍ଜାତୀୟ ପୁରୁଷ ଦିବସ ମୁଖ୍ୟତଃ ଭାରତରେ କେବଳ କାଗଜ ପତ୍ରରେ ସୀମିତ ରହିଛି। ବିଶ୍ୱର ୬୦ରୁ ଊର୍ଦ୍ଧ୍ବ ଦେଶ ନଭେମ୍ବର ୧୯କୁ ଅନ୍ତର୍ଜତୀୟ ପୁରୁଷ ଦିବସ ଭାବେ ପାଳନ କରିଥାନ୍ତି। ୧୯୯୮ରେ ତ୍ରିନିଦାଦ ଓ ଟୋବାଗୋ ଦେଶରେ ପ୍ରଥମ ଥର ପାଇଁ ଉକ୍ତ ଦିବସ ପାଳନ କରାଯାଇ ଥିଲା।ଆନ୍ତର୍ଜାତୀୟ ପୁରୁଷ ଦିବସ ଏହା ମନେପକେଇଦିଏ ଯେ ସମସ୍ତ ପୁରୁଷ ଅଲଗା କିନ୍ତୁ ସେମାନଙ୍କୁ ପ୍ରଶଂସା କରାଯିବା ଉଚିତ ଏବଂ ସେମାନଙ୍କର ଅବଦାନ ପାଇଁ ଗୋଟିଏ ଦିନ ପାଳନ କରାଯିବା ଉଚିତ। ପୁରୁଷମାନଙ୍କ ପାଇଁ ଏହା ଏକ ଦିନ, ଯାହା ଦ୍ୱାରା ସମାଜ ଦ୍ୱାରା ଦିଆଯାଉଥିବା ଚାପକୁ କମ କରିବା।
ସମାଜ ଆଶା କରେ ଯେ ସେମାନେ ଉତ୍ସାହ ପ୍ରଦାନକାରୀ ହୁଅନ୍ତୁ, ଶକ୍ତିଶାଳୀ ହୁଅନ୍ତୁ। ଆଜିର ଦିନ ହେଉଛି ପୁରୁଷତ୍ୱକୁ ସକରାତ୍ମକ ଭାବରେ ବ୍ୟାଖ୍ୟା କରିବା। ଆନ୍ତର୍ଜାତୀୟ ପୁରୁଷ ଦିବସ ମଧ୍ୟ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ। ତେବେ ଆଜିର ଦିନରେ ସମାଜ ପ୍ରତି ପୁରୁଷମାନଙ୍କ ଅବଦାନକୁ ସମସ୍ତେ ସ୍ମରଣ କରିବା ଆବଶ୍ୟକ।
