ଅନ୍ତର୍ଜାତୀୟ ଫୁଟବଲରୁ ଅବସର ‌ଘୋଷଣା କଲେ ସୁନୀଲ ଛେତ୍ରୀ

ଭାରତର ଫୁଟବଲ ଆଇକନ୍‌ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏ ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍‌ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ଏହା ତାଙ୍କର ଶେଷ ମ୍ୟାଚ ହେବ।୩୯ ବର୍ଷିୟ ଛେତ୍ରୀ ୨୦୦୫ରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ମାର୍ଚ୍ଚରେ ଗୌହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ତମ ମ୍ୟାଚ୍ ଖେଳିଥିଲେ।

ସେ ଏହି ମ୍ୟାଚରେ ଗୋଟିଏ ଗୋଲ ସ୍କୋର କରିଥିଲେ ହେଁ ଭାରତ ଏହି ମ୍ୟାଚକୁ ୧-୨ରେ ହାରିଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଛେତ୍ରୀ ଅବସର ଘୋଷଣା କରିଛନ୍ତି। ଏହି ସମୟରେ ସେ ଭାବବିହ୍ବଳ ହୋଇପଡ଼ିଥିବା ଦେଖାଯାଇଛି। ଷ୍ଟ୍ରାଇକର ସୁନୀଲ ଛେତ୍ରୀ ଭାରତକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିଜୟୀ କରାଇଛନ୍ତି। ଛେତ୍ରୀ ଭାରତ ପାଇଁ ଏପର୍ଯ୍ୟନ୍ତ ୧୫୦ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୨୦ବର୍ଷ କ୍ୟାରିଅରରେ ୯୪ଗୋଲ ସ୍କୋର କରିଛନ୍ତି।

ଅଧିକ ପଢନ୍ତୁ