ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ଵରେ ଭାଷା ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ମାତୃଭାଷା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଛି।ଭାଷା ହେଉଛି ଏକ ମାତ୍ର ମାଧ୍ୟମ ଯାହା, ଲୋକଙ୍କୁ ପରସ୍ପର ସହ ଯୋଡ଼ି ରଖିବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ନିଜର ମନ କଥା ହେଉବା ନିଜର କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ମଧ୍ୟ ପାଲଟିଥାଏ ଭାଷା। ଭାରତରେ ବହୁଭାଷୀ ଲୋକ ବସବାସ କରୁଥିବାବେଳେ ସମସ୍ତଙ୍କୁ ଯୋଡ଼ି ରଖିବାରେ ଭାଷା ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ନିଜ ମାତୃଭାଷାର ବ୍ୟବହାର ଏବଂ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ରହିଥିବାରୁ ଏହି ଦିନଟି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ।
