ଅନ୍ତ୍ୟୋଦୟ ଗୃହ ଯୋଜନା; ବଢ଼ିଲା ପ୍ରୋତ୍ସାହନ ରାଶି ପ୍ରଦାନ ଅବଧି

ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରୋତ୍ସାହନ ରାଶି ପ୍ରଦାନ ନିୟମ ଆଂଶିକ ବଦଳିଛି । ପୂର୍ବରୁ ୪ ମାସରେ ଘର ସାରିଲେ ୨୦ ହଜାର ଟଙ୍କା ମିଳୁଥିଲା । ଏଣିକି ୪ ମାସ ବଦଳରେ ୬ ମାସରେ ଘର ନିର୍ମାଣ ସାରିଲେ ବି ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ସେହିଭଳି ୬ ମାସ ବଦଳରେ ୮ ମାସରେ ଘର ସାରିଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି(ଇନସେନଟିଭ୍‌) ମିଳିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରି ଏହି ସଂଶୋଧିତ ଗାଇଡଲାଇନ୍‌ ସମ୍ପର୍କରେ ଅବଗତ କରାଇଛନ୍ତି । ସେପଟେ ମନରେଗା ଶ୍ରମ ଟଙ୍କା ଦେବାକୁ ଆଇଡି ଖୋଲିବା ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଏହି ନିୟମକୁ ଛାଡ଼ି ଗାଇଡଲାଇନରେ ଥିବା ବାକି ସମସ୍ତ ମୂଳ ନିୟମ ଅପରିବର୍ତ୍ତିତ ରହିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢନ୍ତୁ