ଅନ୍‌ଲାଇନ୍ ଗେମ୍ ପାଇଁ ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର

ଅନ୍‌ଲାଇନ୍ ଗେମ୍ ହେଲା କାଳ । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର ।ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁର ଘଟଣା ।  ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ନ ଜେନା ।

ଜୟକୃଷ୍ଣ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ । ଏନେଇ ପରିବାର ଲୋକ ବାରଣ କରିବାରୁ ଜୟକୃଷ୍ଣ ଗାମୁଛା ଲଗାଇ ଜୀବନ ହାରିଛନ୍ତି । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

ଅଧିକ ପଢନ୍ତୁ