ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ଛାଡିବା ନେଇ ଦଳକୁ ଚେତାଇଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ପ୍ରତିକ୍ରିୟା ରଖି ସେ କହିଛନ୍ତି, ଅନ୍ୟ ଉପରେ ଦୋଷ ଲଦି ବସିଗଲେ ହେବ ନାହିଁ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆମକୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି, ଦଳ ଗୋଟିଏ ବୃହତ୍ତର ସଂଗଠନ । କେହି ବ୍ୟକ୍ତିଗତ ଭାବେ କିମ୍ବା କର୍ମୀ ମାନେ ଗଲେ କ୍ଷତି ହୁଅନ୍ତା ନାହିଁ । କିନ୍ତୁ ଯେଉଁମାନଙ୍କୁ ସଂସଦକୁ ଆମେ ପଠାଇଛୁ ଯଦି ସେହିଭଳି ଲୋକ ଯିବେ ତାହାର ପ୍ରଭାବ ନିଶ୍ଚିତ ଦଳ ଉପରେ ପଡୁଛି ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି ।