ରାଜ୍ୟସଭା ନିର୍ବାଚନ ନେଇ ପୁଣି ମୁହଁ ଖେଲିଲେ ପ୍ରଭାତ ବିଶ୍ୱାଳ । ସେ କହିଛନ୍ତି ପୁଅ କିମ୍ବା ସେ ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇନାହାଁନ୍ତି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ମତେ ନବୀନ ନିବାସରେ ଅପମାନିତ କରାଯାଇଥିଲା ବୋଲି କହିଛନ୍ତି ପ୍ରଭାତ । ସଵୁ ବିଧାୟକଙ୍କ ସାମ୍ନାରେ ମତେ ଅପମାନିତ କରାଗଲା ।ସେହି ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ । ମୋର ଓ ପୁଅର ରାଜନୈତିକ ଭବିଷ୍ୟତ ଚୌଦ୍ୱାର କଟକ ଭୋଟର ନିର୍ଦ୍ଧାରଣ କରିଵେ । ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ । ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ । ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସିଯାଇଛି ବୋଲି ପ୍ରଭାତ କହିଛନ୍ତି । ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭିକେ ପାଣ୍ଡିଆନ ରହିଛନ୍ତି ବୋଲି କହିଛନ୍ତି । ଅଭିଯୋଗ ଆଣିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବା ପରେ ପାଣ୍ଡିଆନ ସବୁ କିଛି କରୁଛନ୍ତି । ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ । ନବୀନ କେବଳ ଦସ୍ତଖତ କରୁଥିଲୋ ପରେ ପାଣ୍ଡିଆନ ସବୁକିଛି କଲେ ନବୀନ ବାବୁ ଦସ୍ତଖତ ମାରିଲେ । ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ ଗୁଟି ଚାଳନା କରୁଛନ୍ତି ବୋଲି ପ୍ରଭାତ କହିଛନ୍ତି ।
