ଅପରେସନ ସିନ୍ଦୂର ସମୟରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ଭାରତ ନିଜ ଶତ୍ରୁକୁ ଧ୍ବଂସ କରିବା ପାଇଁ କିଛି ବି କରିପାରିବ । ଏହି ଅପରେସନରେ ଭାରତ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କୀ ଠିକଣାକୁ ନଷ୍ଟ କରିବା ସହିତ ଆତଙ୍କୀକୁ ନିପାତ କରିଥିଲା । ହାରି ଭିତରେ ଆଇଏଏଫ୍ ଭାଇସ୍ ଚିଫ୍ ଏୟାର ମାର୍ଶଲ ନାଗେଶ କପୁର ରାଫେଲକୁ ଅପରେସନ ସିନ୍ଦୂରର ହିରୋ ରୂପେ ଅଭିହିତ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଫେବ୍ରୁଆରୀ ୧୭-୧୯ ଯାଏ ସରକାରୀ ଗସ୍ତରେ ଭାରତ ଆସିବେ । ଏହି ସମୟରେ ସେ ଏଆଇ ଇମ୍ପାକ୍ଟ ସମିଟ୍ରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ପିଏମ୍ ମୋଦୀଙ୍କ ଆମନ୍ତ୍ରଣରେ ଭାରତ ଆସିବେ । ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୨୫ ଫେବ୍ରୁଆରୀ ଗସ୍ତ ପରେ ହେବାକୁ ଯାଉଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଭାରତରେ ବାୟୁ ସେନା ପାଇଁ ଅତିରିକ୍ତ ୧୧୪ ରାଫେଲ ଯୁଦ୍ଧ ବିମାନ କ୍ରୟ ଉପରେ ସହମତି ହେଉଥିବା ନଜର ଆସୁଛି ।
