ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍‌କେସିଜିରେ ଅନ୍ଧାରରେ ରୋଗୀସେବା

ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବା କାରଣରୁ ଅନ୍ଧାରରେ ରୋଗୀ ସେବା କରାଯାଇଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସପିଟାଲ୍‌ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରତିଦିନ କିଛି ନା କିଛି ସମସ୍ୟା ଲାଗି ରହୁଛି। ମଙ୍ଗଳବାର ଅପରେସନ ପାଇଁ ଡାକ୍ତରମାନେ ତାରିଖ ଦେଇଥିଲେ। ମଙ୍ଗଳବାର ସକାଳୁ ଅପରେସନ ପାଇଁ ତାଙ୍କୁ ଅପରେସନ ଗୃହକୁ ନିଆଯାଇଥିଲା । ହେଲେ ଅପରେସନ ଚାଲୁଥିବା ବେଳେ ଏମକେସିଜିରେ ବିଦ୍ୟୁତ କାଟ ହୋଇଥିଲା। ଏହାପରେ ସର୍ଜରୀ କୋଠାକୁ ଜେନେରେଟରରୁ ବିଦ୍ୟୁତ ଆସିଥିଲା। ହେଲେ ସର୍ଜରୀ କୋଠାର ବିଭିନ୍ନ ବିଭାଗକୁ ବିଦ୍ୟୁତ ଆସିଥିଲେ ମଧ୍ୟ ଅପରେସନ ଗୃହକୁ ବିଦ୍ୟୁତ ଆସିନଥିଲା । ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ଏବଂ ପରିଚାଳନା ବ୍ୟବସ୍ଥା ସଠିକ ଥିବା ସତ୍ତ୍ବେ ସାଧାରଣ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପୁଣିଥରେ ମେଡିକାଲ ଜିଲ୍ଲା ତଥା ରାଜ୍ୟରେ ବଦନାମ ହୋଇଛି।

ଅଧିକ ପଢନ୍ତୁ