ଆତଙ୍କବାଦ ବିରୋଧରେ ଭାରତର ଅଭିଯାନ ଅପରେସନ ‘ସିନ୍ଦୂର’କୁ ସାଲ୍ୟୁଟ କରିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ। ସେ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢେର ପ୍ରଶଂସା କରିଛନ୍ତି।ଅମ୍ବାନୀ କହିଛନ୍ତି, ଅପରେସନ ‘ସିନ୍ଦୂର’ ସୀମାପାର ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ଵପୂର୍ଣ୍ଣ ଅଭିଯାନ। ଏହି ଅପରେସନ ଆରମ୍ଭ ହେବା ପରେ ଭାରତର ଜାତୀୟ ଏକତା ଏକ ନୂଆ ସ୍ତରରେ ପହଞ୍ଚିଛି। ଆତଙ୍କବାଦ ବିରୋଧରେ ସମସ୍ତ ଭାରତୀୟ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ଅପରେସନ ‘ସିନ୍ଦୂର’ ଲାଗି ଆମେ ଆମ ଭାରତୀୟ ପାଇଁ ବହୁ ଗର୍ବିତ। ଭାରତ ଏକ ହୋଇ ଛିଡ଼ାହୋଇଛି। ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ଭାରତର ଉଦ୍ଦେଶ୍ୟ ଏକ। ଅନ୍ୟପଟେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଭାରତୀୟ ସେନାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି।
ସେ କହିଛନ୍ତି, ବିଶ୍ୱ ଭାରତର ପ୍ରକୃତ ଶକ୍ତି ଏବଂ ଏକତା ଦେଖୁଛି, ଯାହା ଏହାର ବିବିଧତା ଏବଂ ସମାନତା ଉଭୟରେ ନିହିତ। ସେନା ଅଟଳ ଏକତାରେ ଠିଆ ଆମେ ହୋଇଛୁ। ମାତୃଭୂମିର ଆତ୍ମା ଏବଂ ଆଦର୍ଶର ଆତ୍ମାକୁ ରକ୍ଷା କରିବାରେ ପୂର୍ଣ୍ଣ ସମର୍ଥନ କରିବୁ। ଜୟ ହିନ୍ଦ।