‘ଅପରେସନ ସିନ୍ଦୂର’ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ

ଭାରତର ମିସାଇଲ ଆକ୍ରମଣକୁ ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବଡ ବୟାନ । ସେ କହିଛନ୍ତି, ସେମାନେ ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ। ସମଝ ଦାରୋ କୋ ଇସାରା କାଫି ହେ। ଭାରତୀୟ ସେନା ବଦଲା ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ସେମାନେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ । ଆଜି ସେନା ସଫଳ ହୋଇଛନ୍ତି ।କେନ୍ଦ୍ରର ନିର୍ଦେଶ ଅନୁସାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସମସ୍ତେ ଭାରତୀୟ ସେନାଙ୍କ ସହ ଛିଡ଼ା ହେବା ଆବଶ୍ୟକ ବୋଲି ସିଂଦେଓ କହିଛନ୍ତି । ସୂଚନାମୁତାବକ ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ପାକ ଅଧିକୃତ କାଶ୍ମୀରରେ ବି ପ୍ରଚଣ୍ଡ ହମଲା କାଯାଇଥିବ ନେଇ ସୂଚନା ମିଳିଛି। ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ସେନାର ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ ।

ଅଧିକ ପଢନ୍ତୁ

kc ads