ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର

କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତାହାର ତଥ୍ୟ ମାଗିଲେ ରାଜ୍ୟ ସରକାର। ଏ ନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ କରାଯାଇଛି ଚିଠି । ୭ ତାରିଖ ସୁଦ୍ଧା ସମସ୍ତ ସଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାକୁ ନେଇ ସବୁ ବିଭାଗରେ ଏବେ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି। ବିଭାଗରେ କେତେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି, ସେନେଇ ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ସୋମବାର ଜଳସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟସଚିବଙ୍କ ନିର୍ଦ୍ଦେଶକୁ ନେଇ ଅତିରିକ୍ତ ସଚିବ ସମସ୍ତ ଅଧିକାରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି।ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ରେ ସର୍କୁଲାର ଅନୁଯାୟୀ, ସଂପୃକ୍ତ ଅପରାଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ।

ଅଧିକ ପଢନ୍ତୁ