ପୁଣି ମଞ୍ଚରେ ଜୀବନ୍ତ ସାପ । ଅପେରାରେ ପୁଣି ସାପ ଧରି ଅଭିନେତାଙ୍କ ଅଭିନୟ । ଅନୁଗୋଳ ସହର ଉପକଣ୍ଠ ନତଡ଼ାଗାଁରେ ଗତକାଲି ରାତିରେ ଏକ ଅପେରାରେ ନାଟକ ପରିବେଷଣର ଭିଡିଓ ଭାଇରାଲ ହେଉଛି । ଜୀବନ୍ତ ସାପ ସହ ଅଭିନୟ କରିଛନ୍ତି ଅଭିନେତା । ସାପଟି ବୋଡ଼ା ପ୍ରଜାତିର ବୋଲି କୁହାଯାଉଛି ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଏହା କଣ ଏକ ମାତ୍ର ମାଧ୍ୟମ? କିନ୍ତୁ ସାପ ସହ ଏପରି ଅଭିନୟ ପରେ ଅନୁଗୁଳ ବନାଞ୍ଚଳ ଅଧିକାରୀ କି ପଦକ୍ଷେପ ନେଇଛନ୍ତି ତାକୁ ହିଁ ଅପେକ୍ଷା । ଲୋକେ କହୁଛନ୍ତି ବନ୍ୟପ୍ରାଣୀ ଆଇନର ଖୁଲମ ଖୁଲା ଉଲ୍ଲଘଂନ ହେଉଛି । ଏହାପରେ ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅନୁଗୋଳ ବନାଞ୍ଚଳ ଅଧିକାରୀ ହରମୋହନ ନାୟକ ।
