ଅବକାରୀ ବିଭାଗର ନୂଆ ଗାଇଡଲାଇନ୍ : ବେଳାଭୂମିରେ ମଦ ବିକିପାରିବ ଓଟିଡିସି

ଅବକାରୀ ବିଭାଗର ନୂଆ ଗାଇଡ ଲାଇନ । ଟେଟ୍ରା ପ୍ୟାକରେ ମିଳିବ ମଦ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ଯାଏଁ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ । ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ରାଜ୍ୟର ଅନ୍ୟାନ୍ୟ ବେଲାଭୂମିରେ ଓଟିଡିସିକୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ କୁଡିଆ ଖୋଲାଯାଇ ମଦ ବିକ୍ରି ହେବ ।ସୂଚନାନୁଯାୟୀ, ପରିବେଶ ପ୍ରଦୂଷଣ ରୋକିବାକୁ ଟେଟ୍ରା ପ୍ୟାକରେ ମଦ ବିକିବାକୁ ନିଷ୍ପତ୍ତି ନିଆଯାଇଛି। ଟେଟ୍ରା ପ୍ୟାକ ତିଆରି କରୁଥିବା ସଂସ୍ଥା ପାଖରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂ କିମ୍ବା ସେଣ୍ଟ୍ରାଲ ଫୁଡ ଟେକ୍ନୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ସାର୍ଟିଫିକେଟ ଥିବା ଦରକାର।

ଅଧିକ ପଢନ୍ତୁ