ବେଆଇନ ନିଶାମୁକ୍ତ ହେବ ଓଡ଼ିଶା । ପ୍ରଥମ ଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ । ସବୁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩୧ ମେ’ରୁ ଜୁନ୍ ୨୬ ମାସେବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ । ମେ’ ୩୧ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ତିନି ଥର ଚାଲିବ କ୍ୟାମ୍ପେନ । ପ୍ରତି ଗାଁରେ ଦାଶକାଠିଆ, ଘୋଡା ନାଚ, ଲୋକ କଳା ମାଧ୍ୟମରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ବିଭାଗ । ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନତା କରାଯିବ । ଅବକାରୀ ବିଭାଗ ସହ ପୋଲିସ, STF, ମିଶନ ଶକ୍ତି, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କ୍ୟାମ୍ପେନ କରିବେ । ସ୍କୁଲ, କଲେଜରେ ରଚନା ମାଧ୍ୟମରେ ପିଲାମାନେ ଅନଲାଇନରେ ବାର୍ତ୍ତା ପହଞ୍ଚାଇବେ । ଶ୍ରେଷ୍ଠ ବିବେଚିତକୁ ପୁରସ୍କୃତ କରାଯିବ । ସ୍କୁଲ ପରିସରରୁ ହଟିବ ବେଆଇନ ମଦ ଦୋକାନ । ଗାଁରେ ନିଶା ରୋକିବାକୁ ମିସନ ଶକ୍ତି ମହିଳାଙ୍କ ସାହାଯ୍ୟ ନିଆଯିବ ।
