ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସମ୍ପର୍କିତ ଏହି ବିଜ୍ଞପ୍ତରେ ଉଲ୍ଲେଖ ଅଛି।ପୂର୍ବରୁ କାରବିଲ ବିଜୟ ଦିବସ ପାଳନ ଅବସରରେ ରାଜ୍ୟରେ ଅଗ୍ନିବୀରଙ୍କ ସଂରକ୍ଷଣ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁନିଫର୍ମ ସେବା କ୍ଷେତ୍ରରେ ରାଜ୍ୟରେ ଅଗ୍ନିବୀରଙ୍କୁ ୧୦ପ୍ରତିଶିତ ସଂରକ୍ଷଣ ଦିଆଯିବା ସହିତ ୫ବର୍ଷ ବୟସ ସୀମା କୋହଳ କରିବାକୁ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜାରି ହୋଇଥିବା ନିୟମାବଳୀ ଅନୁସାରେ ଓଡିଶାର ପୁଲିସ, ଅଗ୍ନିଶମ ବିଭାଗରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ।ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ ୧୦% ସଂରକ୍ଷଣ ରହିବ । ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ । ଅବସରସପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।ଜ୍ୟରେ ଯୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ହେଉଥିବା ସମସ୍ତ ‘ ଗ’ ଓ ‘ଘ’ ପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।