ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ ନେଇଥାନ୍ତେ ଅବସର । କିନ୍ତୁ ଏହାପୂର୍ବରୁ ଆଜି ଭିଜିଲାନ୍ସ ମାଡ଼ିବସିଛି ।ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ ବ୍ରହ୍ମପୁର ରାମହରିନଗର ତିନି ମହଲା ବିଶିଷ୍ଟ ବାସଭବନ, ଆଙ୍କୁଲି ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍ ସେହିପରି ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ଅନ୍ୟ ଏକ ଫ୍ଲାଟ୍, ପୁରୀରେ ଥିବା ଫ୍ଲାଟ୍, କବିସୂର୍ଯ୍ୟନଗର ଗୁଡ଼ିଆଳିରେ ଥିବା ତାଙ୍କର ପୈତୃକ ବାସଭବନ, ପୁରୁଷୋତ୍ତମପୁର ବେଢ଼ରେ ରହୁଥିବା ତାଙ୍କ ଶ୍ୱଶୁର ଘର ଓ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏଭଳି ୭ଟି ସ୍ଥାନରେ ଟିମ୍ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ଲକ୍ଷାଧିକ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।
