ଅବସର ଗ୍ରହଣ କରିଥିବା ବରିଷ୍ଠ କିରାଣୀ ଓ ଶିକ୍ଷକଙ୍କୁ ଫାଇନାଲ ପେନସନ ପେପର ପ୍ରଦାନ କଲେ ବ୍ଲକ୍ ଶିକ୍ଷା ଅଧିକାରୀ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକ ସଂଘ ର କର୍ମକର୍ତ୍ତା,ସି ଆର୍ ସି ସି,ବ୍ଲକ୍ କାର୍ଯ୍ୟାଳୟ କର୍ମଚାରୀ ଙ୍କ ମିଳିତ ସହଯୋଗରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଅବସର ଗ୍ରହଣ କରିଥିବା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ଭୁବନେଶ୍ୱର ମହାପାତ୍ର,ଅବସର ଗ୍ରହଣ କରିଥିବା ଶିକ୍ଷକ କବିର ନାୟକ,ବି ଆର୍ ସି ସି ଜ୍ୟୋତ୍ସ୍ନାରାଣୀ ସେଠୀ,ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା କିରାଣୀ ଓ ଶିକ୍ଷକ କିପରି ଦାୟିତ୍ବବାନ, ସମୟାନୁବର୍ତ୍ତି ଏବଂ ଶାନ୍ତ ସ୍ଵଭାବ ର ବ୍ୟକ୍ତିତ୍ଵ ଥିଲେ ସେ ଉପରେ କହିଥିଲେ।

ମାନପତ୍ର , ଉତ୍ତରୀୟ ଦେଇ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଅବସର ଗ୍ରହଣ କରିଥିବା ବରିଷ୍ଠ କିରାଣୀ ଭୁବନେଶ୍ଵର ମହାପାତ୍ର ଓ ଶିକ୍ଷକ କବିର ନାୟକ ଙ୍କୁ ଫାଇନାଲ ପେନସନ ପେପର ପ୍ରଦାନ କରିଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ।ଯାହାକି ଏଭଳି କାର୍ଯ୍ୟ ନୟାଗଡ ଜିଲ୍ଲା ରେ ପ୍ରଥମ। ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ପ୍ରଚେଷ୍ଠା ଯୋଗୁଁ ଫାଇନାଲ ପେନସନ ପେପର ମିଳି ଥିବାରୁ ଅବସର ଗ୍ରହଣ କରିଥିବା ବରିଷ୍ଠ କିରାଣୀ,ଶିକ୍ଷକ ,ସମସ୍ତ ସି ଆର୍ ସି ସି ଏବଂ ସମସ୍ତ ଶିକ୍ଷକ ସଂଘ ର କର୍ମକର୍ତ୍ତା ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ।ଶିକ୍ଷକ ତଥା କବି ସୁରେନ୍ଦ୍ର ଖଣ୍ଡୁଆଳ କବିତା ମାଧ୍ୟମରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ଏନ୍ ପି ଏସ ଶିକ୍ଷକ ସଂଘ ସଭାପତି ଅଶୋକ କୁମାର ପଣ୍ଡା ମାନପତ୍ର ପଠନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ସୁଧିର କୁମାର ପ୍ରଧାନ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଚିନ୍ତାମଣି ବିଦ୍ୟାପୀଠ , ସମ୍ପଡା ବିଜ୍ଞାନ ଶିକ୍ଷକ ବିନାୟକ ପରିଡା।

ଅଧିକ ପଢନ୍ତୁ

kc ads