ଅବସର ପରେ ଚନ୍ଦ୍ରଚୂଡଙ୍କୁ କ’ଣ ମିଳିବ ସୁବିଧା

ଭାରତରେ ସୁପ୍ରିମକୋର୍ଟର ମୁଖ୍ୟ ଅର୍ଥାତ୍‌ ପ୍ରଧାନ ବିଚାରପତି (ସିଜେଆଇ) ହେଉଛି ଭାରତୀୟ ନ୍ୟାୟପାଳିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦ। ଏହା କେବଳ ଏକ ସମ୍ମାନଜନକ ପଦବୀ ନୁହେଁ, ବରଂ ଏହା ସହିତ ବିଶେଷ ଅଧିକାର ମଧ୍ୟ ବହନ କରେ,ଯାହା ପ୍ରଧାନ ବିଚାରପତିଙ୍କ ଅବସର ପରେ ମଧ୍ୟ ଜାରି ରହେ।ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେବେ । ୧୦ ତାରିଖ ରବିବାର ଥିବାରୁ ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କ ଶେଷ କାର୍ଯ୍ୟଦିବସ ଥିଲା । ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଲାଗି ସେରିମୋନିଆଲ ଖଣ୍ଡପୀଠ ବସିଥିଲା । ଏହାର ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ସିଜେଆଇ ବେଶ୍‌ ଭାବୁକ ହେବା ସହ କାହାକୁ କଷ୍ଟ ଦେଇଥିଲେ କ୍ଷମା କରିଦେବେ ବୋଲି କହିଥିଲେ । ସିଜେଆଇ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ନଭେମ୍ବର ୯, ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ସେ ଭାରତୀୟ ସମ୍ବିଧାନର ଧାରା ୧୨୪ ଅନୁଯାୟୀ, ଧାର୍ଯ୍ୟ ଅନୁଯାୟୀ ନଭେମ୍ବର ୧୦ରେ ଅବସର ନେବେ। ଅବସର ପରେ ସେ କେବଳ ସମ୍ମାନ ଏବଂ ସର୍ବୋଚ୍ଚ ସୁବିଧା ପାଇବେ ନାହିଁ, ବରଂ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋଟୋକଲ ମଧ୍ୟ ରହିବ, ଯାହା ଅବସର ପରେ ପ୍ରଯୁଜ୍ୟ।ସିଜେଆଇ ଚନ୍ଦ୍ରଚୂଡଙ୍କୁ ଅନେକ ପ୍ରକାରର ସୁବିଧା ମିଳିଥାଏ ଏବଂ ଅବସର ପରେ ମଧ୍ୟ ସେ ଅନେକ ସୁବିଧା ପାଇବେ। ଯେଉଁଥିରେ ସରକାରୀ ବାସଭବନରେ ଯେଉଁଠାରେ ସିଜେଆଇ ତାଙ୍କ ପରିବାର, ସୁରକ୍ଷା ଏବଂ ସୁରକ୍ଷା କର୍ମୀଙ୍କ ସହ ରହିପାରିବ।

ଏହା ବ୍ୟତୀତ ପେନସନ ଏବଂ ସ୍ବତନ୍ତ୍ର ଭତ୍ତା ମଧ୍ୟ ଅବସର ପରେ ସିଜେଆଇଙ୍କୁ ଦିଆଯାଏ। ସିଜେଆଇ ପେନସନ ଭାବରେ ୭୦,୦୦୦ ଟଙ୍କା ପାଇବେ ଏବଂ ଅବସର ପରେ ତାଙ୍କୁ ଆଜୀବନ ଚାକର ଏବଂ ଡ୍ରାଇଭର ମଧ୍ୟ ଦିଆଯିବ। ଏହା ବ୍ୟତୀତ, ସେମାନେ ଅନ୍ୟାନ୍ୟ ଭତ୍ତା ମଧ୍ୟ ପାଇଥା’ନ୍ତି, ଯେପରିକି ଡାକ୍ତରୀ ଭତ୍ତା, ଯାହା ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଥାଏ। ଅବସର ପରେ ମଧ୍ୟ ଅନ୍ୟାନ୍ୟ ଆଇନଗତ ମାମଲାରେ ସୁପ୍ରିମକୋର୍ଟଙ୍କୁ ସହାୟତା ଏବଂ ପରାମର୍ଶ ଦେବାର ଅଧିକାର ରହିଛି। ତେବେ ୨୦୨୨ ନଭେମ୍ବର ୯ରେ ସେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ନିଜ କାର୍ଯ୍ୟକାଳରେ ସିଜେଆଇ ଚନ୍ଦ୍ରଚୂଡ଼ ୧,୨୭୪ ଖଣ୍ଡପୀଠର ଅଂଶ ରହିଛନ୍ତି । ସେ ମୋଟ ୬୧୨ ମାମଲାର ଫଇସଲା ଲେଖିଛନ୍ତି । ସୁପ୍ରିମକୋର୍ଟର ଏବେର ବିଚାରପତିଙ୍କ ମଧ୍ୟରେ ସେ ସବୁଠୁ ଅଧିକ ଫଇସଲା ଲେଖିଛନ୍ତି । କାର୍ଯ୍ୟକାଳର ଶେଷ ଦିନରେ ବି ସେ ୪୫ ମାମଲାର ଶୁଣାଣି କରିଥିଲେ ।

ଅଧିକ ପଢନ୍ତୁ