ଅବୈଧ ପ୍ରେମକୁ ନା, ପ୍ରେମୀ ଯୁଗଳଙ୍କୁ ବଳଦ ସଜେଇ ହେଲା ଯୁଝିଲେ ଗ୍ରାମବାସୀ

ରାୟଗଡ଼ା – ଅବୈଧ ପ୍ରେମକୁ ନା, ପ୍ରେମୀ ଯୁଗଳଙ୍କୁ ବଳଦ ସଜେଇ ହେଲା ଯୁଝିଲେ ଗ୍ରାମବାସୀ । ରାୟଗଡ ଜିଲ୍ଲା ରେ ପୁଣି ସାମାଜିକ କଳଙ୍କ ଦେଖାଦେଇଛି।
ଅବୈଧ ପ୍ରେମ କୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ କରିଛନ୍ତି। ପ୍ରେମୀ ଯୁଗଳ ବେକ ରେ ହଳ ଯୁଝି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ ।କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ର କଂଜମଯୋଡି ଗ୍ରାମରେ ଘଟିଛି ଏହି ଘଟଣା l ନିଜ ପିୟୁସିଙ୍କୁ ପ୍ରେମ ବିବାହ କରିଥିବା ପୁତୁରା କୁ ଗ୍ରାମବାସି ଦଣ୍ଡ ଦେଇଛନ୍ତି lପୁତୁରା ଲାକ ସାରାକା ଏବଂ ପିୟୁସି କୋଡିୟା ସାରାକା ଙ୍କୁ ଏଭଳି ଅମାନବୀୟ ଦଣ୍ଡ ଦେବାର ନଜରକୁ ଆସିଛି।ଏକ ସପ୍ତାହ ପୂର୍ବରୁ ଘଟିଥିଲା ଏହି ଘଟଣା ସୋସିଆଲ ମିଡ଼ିଆ ରେ ଭାଇରଲ ପରେ ଆସିଛି ଲୋକଲୋଚନକୁ । ଏ ନେଇ ପରିବାର ଲୋକଙ୍କ କିମ୍ବା ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଅଧିକ ପଢନ୍ତୁ