ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ ହତ୍ୟା ପରେ ସେ ମହିଳାଙ୍କ ଶରୀରକୁ ଅନେକ ଖଣ୍ଡ ଖଣ୍ଡ କରି ଏକ ଫ୍ରିଜରେ ରଖିଥିଲେ। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି ।ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ରୁହନ୍ତି ଚିନ୍ତାଦା ରବୀନ୍ଦ୍ର । ପେଶାରେ ଭାରତୀୟ ନୌସେନାର ଜଣେ କର୍ମଚାରୀ ।୨୦୨୧ରେ ସେ ଡେଟିଂ ଆପରେ ମୌନିକା ପୋଲିପାଲି ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ଅନେକ ସମୟରେ ଦେଖାସାକ୍ଷାତ ହୁଅନ୍ତି । ବୁଲିବାକୁ ଯାଆନ୍ତି । ପାର୍କ୍ ଏବଂ ଥିଏଟର ସେମାନଙ୍କ ନିତିଦିନିଆ ଠିକଣା ପାଲଟିଯାଏ ।ରବୀନ୍ଦ୍ର ବିବାହିତ ହୋଇ ମଧ୍ୟ ସ୍ତ୍ରୀଙ୍କ ଆଗୋଚରରେ ପରକ୍ରିୟା ପ୍ରୀତି ଚଲାଇଥାନ୍ତି । ତେବେ ଗତ ଦୁଇ ସପ୍ତାହ ତଳେ ରବୀନ୍ଦ୍ରଙ୍କ ପତ୍ନୀ ବାପ ଘର ବିଜୟନଗରକୁ ଚାଲି ଯାଇଥିଲେ । ପତ୍ନୀ ଯିବା ପରେ ରବୀନ୍ଦ୍ର ମୌନିକାଙ୍କୁ ଘରକୁ ଡାକିଥିଲେ । ମୌନିକା ଆସିବା ପରେ କିଛି ସମୟ ଧରି ଉଭୟ ପ୍ରେମାଳାପ କରିଥିଲେ । ପରେ ସେମାନଙ୍କ ପ୍ରେମ ଝଗଡାରେ ପରିବର୍ତ୍ତିତ ହୋଇଥିଲା । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଏଥିରେ ରବୀନ୍ଦ୍ର ରାଗି ଯାଇ ମୌନିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ହତ୍ୟା କରିବା ପରେ, ଅଭିଯୁକ୍ତ ରବିନ୍ଦ୍ର ମୋନିକାର ଶରୀରକୁ ଘର ଭିତରେ ଖଣ୍ଡ ଖଣ୍ଡ କରି ଦେଇଥିଲେ; ସେ ଶରୀରର କିଛି ଅଂଶକୁ ବ୍ୟାଗରେ ପ୍ୟାକ୍ କରି ଏକ ନିର୍ଜନ ସ୍ଥାନରେ ପକାଇ ଦେଇଥିଲେ, ଅବଶିଷ୍ଟ ଅଂଶଗୁଡ଼ିକୁ ତାଙ୍କ ନିଜ ଘର ଭିତରେ ଥିବା ଫ୍ରିଜ ଭିତରେ ଲୁଚାଇ ରଖିଥିଲେ ।ହତ୍ୟାକାଣ୍ଡ ସେତେବେଳେ ଜଣାପଡ଼ିଲା ଯେତେବେଳେ ରବିନ୍ଦ୍ର ନିଜେ ପୋଲିସ ଷ୍ଟେସନକୁ ଯାଇ ତାଙ୍କ ଅପରାଧ ସ୍ୱୀକାର କଲେ । ପୋଲିସ ତାଙ୍କ ବାସଭବନରେ ପହଞ୍ଚିବା ପରେ ଘର ଭିତରେ ଶରୀରର କଟା ଅଂଶ ଏବଂ ଫ୍ରିଜରେ ପାଇଲା। ଖୋଜାଖୋଜି ସମୟରେ ପୀଡିତାଙ୍କ ମୁଣ୍ଡ ମିଳିପାରିଲା ନାହିଁ । ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତ ମୁଣ୍ଡକୁ ଅନ୍ୟ କୌଣସି ସ୍ଥାନରେ ଫିଙ୍ଗି ଦେଇଛି ।। ରବୀନ୍ଦ୍ରଙ୍କ ଘରୁ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ରକ୍ତ ଭିଜା କପଡା ଜବତ ହୋଇଛି । ଏପରିକି ଫ୍ରିଜ୍ ମଧ୍ୟରେ ମୌନିକାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଙ୍ଗ ପୋଲିସ ଜବତ କରିଛି । ଆହୁରି ମଧ୍ୟ ଅନ୍ୟ କିଛି ଅଙ୍ଗକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।
