ଅଭିଜିତଙ୍କ ଆଶୁ ଆରୋଗ୍ୟ କାମନା କରି ‘ସଙ୍ଗୀତଧାରା’ ପକ୍ଷରୁ ସମୂହ ଦୀପଦାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ‘ସଙ୍ଗୀତଧାରା’ ପକ୍ଷରୁ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି। ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ବେତାର କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ଅଶୋକ କୁମାର ମଲ୍ଲ, ସୁଦର୍ଶନ ସାହୁ, ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ନିକଟରେ ଅଭିଜିତ ମଜୁମଦାରଙ୍କ ଦ୍ରୁତ ଆରୋଗ୍ୟ କାମନା କରି ସମୂହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସୂଚନା ଯୋଗ୍ୟ, ଓଡ଼ିଶାର ଲୋକପ୍ରିୟ ସଙ୍ଗୀତକାର ଶ୍ରୀ ମଜୁମଦାର ବର୍ତ୍ତମାନ ଉଚ୍ଚ ରକ୍ତଚାପ, ଥାଇରଏଡ୍, ଯକୃତ ରୋଗ,ଗମ୍ଭୀର ସ୍ନାୟୁଗତ ରୋଗ, ନିମୋନିଆ ଏବଂ ରକ୍ତପ୍ରବାହ ସଂକ୍ରମଣରେ ପୀଡ଼ିତ ହୋଇ  ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital