ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ମାମଲା

ଅଡୁଆରେ ବଲିଉଡ ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନ । ମୃଦୁ ପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲାରର ଖାଉଟି ଅଦାଲତରେ ଖରିଆରର ବାସିନ୍ଦା ଦୀପକ ଦୁବେ ଏହି ଅଭିଯୋଗ କରିଛନ୍ତି ।ସୂଚନା ଥାଉକି, ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ମାଉଣ୍ଟେନ ଡିଉ ବିଜ୍ଞାପନ ଦେଖି ଏହି କୋଲଡ୍ରିଙ୍କୁ କିଣିବା ପାଇଁ ତାଙ୍କୁ ବାଧ୍ୟ କରିଥିଲା । ଏହା ପିଇବା ପରେ ଦୌଡ଼ରେ ଭାଗ ନେଲେ ବିଜୟ ସୁନିଶ୍ଚିତ ଓ ଦେହରେ ଶକ୍ତି ବଢ଼ିବା ବିଜ୍ଞାପନରୁ ପ୍ରଭାବିତ ହୋଇଥିଲେ ମାତ୍ର ଏହା ଭୁଲ୍ ପ୍ରମାଣିତ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ ।

ବିଜ୍ଞାପନରେ ସଲମନ ଖାନ ଓ ହ୍ରିତିକ ରୋଶନ ଅଭିନୟ କରିଥିବା ଯୋଗୁଁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ପଡୁଛି । ଏନେଇ କଳାହାଣ୍ଡି ଖାଉଟି ଅଦାଲତରେ ସେ ଫିଲ୍ମ ଅଭିନେତା ସଲମନ ଖାନ, ହ୍ରିତିକ୍ ରୋଶନ, ମୃଦୁପାନୀୟ କମ୍ପାନି ପେପ୍ସି.କୋ ବିଜ୍ଞାପନ କାଉନସିଲ ବିରୋଧରେ ଅଭିଯୋଗ କରିଥିଲେ ।ଗତ ୨୨ ତାରିଖରେ ଏହାର ପ୍ରଥମ ଶୁଣାଣି ହୋଇଥିବା ବେଳେ ଜାନୁଆରି ୧୯ ତାରିଖରେ ଦ୍ଵିତୀୟ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ