ବିଜେଡିରୁ ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ୍ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ସେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ନବୀନ ପଟ୍ଟନାୟକ ଅରବିନ୍ଦଙ୍କ ନାଁ ନାନେଇ ଯେଉଁ ପ୍ରକାର ଟାର୍ଗେଟ କରିଥିଲେ, ଆଜି ଅରବିନ୍ଦ ପାଟକୁରାବାସୀଙ୍କୁ ହଇରାଣ ଆରୋପକୁ ନେଇ ଖୋଲା ଚାଲେଞ୍ଜ କରିଛନ୍ତି । ଅରବିନ୍ଦ କହିଛନ୍ତି, କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍ ଡେ ଅପରେସନ ଆରୋପ । ଏମପି ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ ।ଏହା ଭିତରୁ କେଉଁଠି ଠିକ୍, ନା ତାଲିକା ଆଗକୁ ବଢ଼ିବ ବୋଲି କହି ସେ ତାଚ୍ଛଲ୍ୟ କରିଛନ୍ତି ।
ତେବେ ନବୀନ ପଟ୍ଟନାୟକଙ୍କୁ ଏଭଳି ତଥ୍ୟ କିଏ ଦେଉଛି ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ । ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ । ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ । କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି । ଅନ୍ୟପଟେ ଯେଉଁ MLA ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି ।ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସନ୍ତୁ । ମହାକାଳପଡ଼ାରେ ସାଂସଦ ପ୍ରାର୍ଥୀ ସବୁଠୁ କମ୍ ଭୋଟ ପାଇଥିଲେ । ତାହେଲେ ମହାକାଳପଡ଼ାରେ କିଏ ଷଡ଼ଯନ୍ତ୍ର କରିଥିଲା ? ସେ ପଚାରିଛନ୍ତି, ମୁଁ ଯଦି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀଙ୍କୁ ହରାଇଲି, ଅନ୍ୟ ୨୦ ପ୍ରାର୍ଥୀଙ୍କୁ କିଏ ହରାଇଲା । ବିଜେଡିରେ ମିଶିବା ପ୍ରସ୍ତାବ ନବୀନ ବାବୁଙ୍କ ପାଖରୁ ଆସିଥିଲା । ପାଟକୁରାବାସୀଙ୍କ ମତାମତ ନେବା ପରେ ବିଜେଡିରେ ମିଶିଥିଲି । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ମୁଁ ଅଭିଯୋଗକୁ ଖଣ୍ଡନ କରୁଛି ବୋଲି ଅରବିନ୍ଦ କହିଛନ୍ତି ।
