ଅଭିଯୋଗପତ୍ର ମାଳ ପିନ୍ଧି ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବ୍ୟକ୍ତି

ବାରମ୍ବାର ଅଭିଯୋଗ ସତ୍ବେ ଶୁଣିଲାନି ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଦୁର୍ନୀତି ବିରୋଧରେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ବ୍ୟକ୍ତି। ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶ ନିମଚ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।ମଙ୍ଗଳବାର ନେମୁଚ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଚାଲିଥିବା ବେଳେ ମୁକେଶ ପ୍ରଜାପତି ନାମକ ଜଣେ ବ୍ୟକ୍ତି ବେକରେ ଅଭିଯୋଗର ମାଳ ପିନ୍ଧି ଗଡ଼ିଗଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ସେ ଦେହସାରା ଦସ୍ତାବିଜ୍‌ ଗୁଡ଼େଇ ହୋଇଥିଲେ। ତାଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ସେ ତାଙ୍କ ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଉପରେ ଅଭିଯୋଗ କରିଆସୁଛନ୍ତି ଏବଂ ୬ରୁ ୭ ବର୍ଷ ଧରି ନିୟମିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ ତେଣୁ ସେ ଅନେକ ଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ବି ଯାଇଛନ୍ତି।

ହେଲେ ଜିଲାପାଳଙ୍କୁ ନ ପାଇ ନିରାଶ ହୋଇ ଫେରିଛନ୍ତି।ପରିଶେଷରେ ପ୍ରଶାସନିକ ଅବହେଳା ଯୋଗୁ ସେ ହତୋତ୍ସାହିତ ହୋଇ ଅଭିବନ ଉପାୟରେ ପ୍ରତିବାଦ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ସମସ୍ତ ଅଭିଯୋଗ ପତ୍ରଗୁଡ଼ିକୁ ମାଳ କରି ବେକରେ ପକାଇ ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁକେଶଙ୍କ ଏହି ପଦକ୍ଷେପ ଯୋଗୁ ସେ ଗଣମାଧ୍ୟମଗୁଡ଼ିକର ଦୃଷ୍ଟିଆକର୍ଷଣ କରିବାରେ ବି ସମର୍ଥ ହୋଇପାରିଛନ୍ତି।ଜିଲାପାଳ କହିଛନ୍ତି, ସେ ଅଭିଯୋଗର ନୂତନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତିନି ଦିନ ମଧ୍ୟରେ ରିପୋର୍ଟ ମାଗିଛନ୍ତି।ଏକ ଟିମ୍ ଗାଁକୁ ଯାଇ ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିର ଅଭିଯୋଗଗୁଡିକୁ ଦେଖିବା ପାଇଁ କୁହାଯାଇଛି।ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ କହିଛନ୍ତି ଏବଂ ଏହାକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅଧିକ ପଢନ୍ତୁ

kc ads