‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ

‘ଅମରାବତୀ’ ଏବେ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ । ସ୍ଥାୟୀ ରାଜଧାନୀ ଭାବେ ଆଇନଗତ ସ୍ୱୀକୃତି ମିଳିଛି । ସଂସଦରେ ପାରିତ ହେବା ପରେ ଆନ୍ଧ୍ରପ୍ରଦେଶ ପୁର୍ନଗଠନ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଜ୍ୟ ବିଭାଜନ ହେବାରେ ୧୨ ବର୍ଷ ପରେ ଅମରାବତୀ ଆନୁଷ୍ଠାନିକ ଭାବେ ମାନ୍ୟତା ପାଇଛି। ପୂର୍ବରୁ ୨୦୧୪ ମସିହା ଆଇନ୍ ରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା। ବର୍ତ୍ତମାନ୍ ର ସଂଶୋଧନ ପରେ ଅମରାବତୀ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ହୋଇଛି। ନୂଆ ନିୟମ ୨୦୨୪ ଜୁନ୍ ୨ରୁ କାର୍ଯ୍ୟକାରୀ ହୋଇଛି ବୋଲି ଧରାଯିବ। ଲୋକସଭାରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ମାନିକମ୍ ଟାଗୋର କହିଛନ୍ତି ଯେ କଂଗ୍ରେସ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ କରିଛି | ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ସେମାନଙ୍କର ସରକାରୀ X ହ୍ୟାଣ୍ଡେଲରେ ଏହା ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ