ଅମିତ ଶାହାଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା ଉଚିତ୍‌-ଏ କଣ କହିଲେ ମହୁଆ

ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା। ଗୃହମନ୍ତ୍ରୀଙ୍କୁ ନେଇ ଦେଲେ ଆପତ୍ତିଜନକ ବୟାନ। ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହୁଆ କହିଛନ୍ତି, ଯଦି ଭାରତ ସୀମାରେ କେହି ରକ୍ଷା କରିବାକୁ ନାହାଁନ୍ତି, ଯଦି ଅନ୍ୟ ଦେଶର ହଜାର ହଜାର ଲୋକ ପ୍ରତିଦିନ ଅନୁପ୍ରବେଶ କରୁଛନ୍ତି, ଆମ ମା’ ଓ ଭଉଣୀଙ୍କ ଉପରେ ଖରାପ ଦୃଷ୍ଟି ପକାଉଛନ୍ତି, ଆମ ଜମି ଛଡ଼ାଇ ନେଉଛନ୍ତି। ତା’ହେଲେ ପ୍ରଥମେ ଗୃହମନ୍ତ୍ରୀଙ୍କ ମୁଣ୍ଡ କାଟି ଟେବୁଲ୍ ଉପରେ ରଖିଦେବା ଉଚିତ୍। ଯଦି ପ୍ରଧାନମନ୍ତ୍ରୀ ମୋଦି ନିଜେ କହୁଛନ୍ତି ଯେ ବାହାରୁ ଲୋକମାନେ ଆମର ମା’ ଭଉଣୀମାନଙ୍କୁ ଆଖି ଦେଖାଉଛନ୍ତି , ଆମର ଜମି ଛଡ଼ାଇ ନେଉଛନ୍ତି, ତେବେ ଏହା କାହାର ଦୋଷ? ଏହା ଆମର ନା ତୁମର ଦୋଷ? ଏଠାରେ ବିଏସଏଫ ଅଛି। ଆମେ ମଧ୍ୟ ସେମାନଙ୍କୁ ଭୟ କରୁଛୁ।”ବାଂଲାଦେଶ ଆମର ବନ୍ଧୁ ଦେଶ। ହେଲେ ସେମାନଙ୍କ ପାଇଁ ଗତ କିଛି ବର୍ଷ ହେବ ଦୁଇ ଦେଶ ଭିତରେ ସମ୍ପର୍କ ବଦଳିଛି। ତେବେ ମହୁଆଙ୍କ ଏଭଳି ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ପରେ ନଦିଆ ଜିଲ୍ଲା ବିଜେପି କୋତୱାଲି ଥାନାରେ ଅଭିଯୋଗ କରିଛି। ମହୁଆ ଏହି ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଅଧିକ ପଢନ୍ତୁ