ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ ।

ବରିଷ୍ଠ ସାମ୍ବାଦିକ ଅମିତ ସୈନୀ ନିଜର ନୂଆ ଡିଜିଟାଲ ପ୍ଲାଟର୍ଫମ ‘ଦ ଏକ୍ସ ଇଣ୍ଡିଆ’ ଲଞ୍ଚ କରିଛନ୍ତି। ସେ ତାଙ୍କର ‘ସମାଚାର ଟୁଡେ’କୁ ବନ୍ଦ କରି ଏବେ ଏହି ନୂଆ ଡିଜିଟାଲ ମିଡିଆ ଲଞ୍ଚ କରିଛନ୍ତି।‘ଦ ଏକ୍ସ ଇଣ୍ଡିଆ’ ଷ୍ଟ୍ରିମିଂ ମାଧ୍ୟମରେ ବିଭିନ୍ନ ଓଟିଟି ପ୍ଲାଟଫର୍ମ ସହ ଲୋକପ୍ରିୟ ସୋସିଆଲ ମିଡିଆରେ ମଧ୍ୟ ଉପଲବ୍ଧ ହେବ। ଅମିତ ସୈନୀ କହିଛନ୍ତି, ‘ଦ ଏକ୍ସ ଇଣ୍ଡିଆ’କୁ ଅନେକ ବ୍ୟାଙ୍କ ଏବଂ ଏନବିଏଫସି ସହ କାମ କରୁଥିବା ଅଗ୍ରଣୀ ଆର୍ଥିକ ସଂସ୍ଥାରୁ ପର୍ଯ୍ୟାୟ ଆର୍ଥିକ ସହାୟତା ମିଳିଛି। ‘ଦ ଏକ୍ସ ଇଣ୍ଡିଆ’ ପାଇଁ ସମାଚାର ଟୁଡେ’ର ପୁରୁଣା ଟିମ୍ ଏବଂ ନେଟଓ୍ବର୍କ ବଜାୟ ରହିଛି। ଅମିତ ସୈନୀ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ ମିଡିଆରେ ପ୍ରାୟ ଦୁଇ ଦଶକର ଅନୁଭବ ରହିଛି।

ଅମିତ ସୈନୀ ଅମର ଉଜାଲା, ଜି ନ୍ୟୁଜ, ଭାସ୍କର ନ୍ୟୁଜ ଏବଂ ଇଣ୍ଡିଆ କ୍ରାଇମ ଭଳି ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଜ ସେବା ଦେଇଛନ୍ତି। ଅମିତ ସୈନୀ ‘ଦ କ୍ବିଣ୍ଟ’ ସହ ଅନ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସହ ସହଯୋଗ ଜାରି ରଖିବେ।

ଅଧିକ ପଢନ୍ତୁ