ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ AI

ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଆବାସ କିମ୍ବା ଅନ୍ତୋଦ୍ୟାୟ ଯୋଜନାରେ ଘର ନେଇଥିଲେ ମଧ୍ୟ ଆକ୍ସନ ହେବ । ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା। ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଦିଆଯିବ ଆବାସ ଘର । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ପରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ ।

ଅଧିକ ପଢନ୍ତୁ

Odisha Darpan Digital