ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି | ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ତେବେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି | ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଏହି ନିମନ୍ତ୍ରଣ ପତ୍ର ସହିତ ଅରୁଆ ଚାଉଳ, ଗୁଆ, ନାରିକେଳ, ଧୂପ, ଦୀପ ମଧ୍ୟ ଅର୍ପଣ କରାଯାଇଛି।

ଅନ୍ୟପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଜେଇ ହୋଇଛି ପୂରା ଅଯୋଧ୍ୟା । ଯଦି ଆମେ ମନ୍ଦିର ବିଷୟରେ କହିବା ତାହାଲେ ସମଗ୍ର ମନ୍ଦିର କମ୍ପ୍ଲେକ୍ସ ହେଉଛି ୭୦ ଏକରର । ଯେଉଁଥିରୁ କେବଳ ୩୦ ପ୍ରତିଶତ ଯାଗାରେ ମନ୍ଦିର ହୋଇଛି । ୩୯୨ଟି ସ୍ତମ୍ଭ, ୪୪ ଫାଟକ ଏବଂ ନାଗର ଶୈଳୀରେ ତିଆରି ହୋଇଛି ମନ୍ଦିର । ୩୨ଟି ପାହାଚ ଦେଇ ଆପଣ ମନ୍ଦିରକୁ ପ୍ରବେଶ କରିବେ । ବାକି ସବୁଜ କ୍ଷେତ୍ର ପାଇଁ ଛଡାଯାଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ରହିଛି ରାତି ୧୨.୧୫ ।

ଅଧିକ ପଢନ୍ତୁ